ଦିଲ୍ଲୀ ଉପରାଜ୍ୟପାଳଙ୍କ କଡା ନିର୍ଦ୍ଦେଶ । ଏଣିକି ଦିଲ୍ଲୀ ଡାକ୍ତରଖାନାରେ ଶଯ୍ୟା ଓ କଠୋରୀ ଚାର୍ଜ ସମ୍ପର୍କରେ ଦିଆଯିବ ସ୍ପଷ୍ଟ ସୂଚନା

ଦିଲ୍ଲୀ ଉପରାଜ୍ୟପାଳଙ୍କ କଡା ନିର୍ଦ୍ଦେଶ । ଏଣିକି ଦିଲ୍ଲୀ ଡାକ୍ତରଖାନାରେ ଶଯ୍ୟା ଓ କଠୋରୀ ଚାର୍ଜ ସମ୍ପର୍କରେ ଦିଆଯିବ ସ୍ପଷ୍ଟ ସୂଚନା

କନକ ବ୍ୟୁରୋ : ଦିଲ୍ଲୀର ସମସ୍ତ ପ୍ରମୁଖ ଡାକ୍ତରଖାନା, କ୍ଲିନିକ୍ ଏବଂ ନର୍ସିଂହୋମରେ ଶଯ୍ୟାର ଉପଲବ୍ଧତା ସହ ରୁମ୍ ଚାର୍ଜ ବିଷୟରେ ଏଲଇଡି ବୋର୍ଡରେ ସେମାନଙ୍କ ପ୍ରତିଷ୍ଠାନ ବାହାରେ ପ୍ରଦର୍ଶିତ କରିବାକୁ ପଡିବ | ଜନସାଧାରଣଙ୍କ ସୁବିଧା ପାଇଁ ଲେଫ୍ଟନାଣ୍ଟ୍ ଗଭର୍ଣ୍ଣର୍ ବୈଜଲ୍‌ ଏଭଳି ନିର୍ଦ୍ଦେଶ ଦେଇଥିବା ଜଣା ପଡିଛି । ଚିକିତ୍ସା ପାଇଁ ଆସୁଥିବା ଅନେକ କରୋନା ରୋଗୀଙ୍କୁ ଡାକ୍ତରଖାନାରେ ଶଯ୍ୟା ନମିଳିବା ଏବଂ ପରେ ସେମାନଙ୍କ ମୃତ୍ୟୁ ହେବା ଖବର ସାମ୍ନାକୁ ଆସିବା ପରେ ଲେଫ୍ଟନାଣ୍ଟ୍ ଗଭର୍ଣ୍ଣର୍ ଏଭଳି କଡା ନିଷ୍ପତି ନେଇଛନ୍ତି |

ଦିଲ୍ଲୀ ହସ୍ପିଟାଲ୍‌ମାନଙ୍କର ବେଡ୍ କେବଳ ଦିଲ୍ଲୀର କୋଭିଡ୍-୧୯ ଆକ୍ରାନ୍ତଙ୍କ ପାଇଁ ସଂରକ୍ଷିତ ରହିବ ନାହିଁ ବୋଲି ଲେଫ୍ଟନାଣ୍ଟ୍ ଗଭର୍ଣ୍ଣର୍ ଅନିଲ ବୈଜଲ୍‌ ସୋମବାର ଦିନ ଆଦେଶ ଦେଇ କହିଥିଲେ। ଏହି ଆଦେଶ ପରେ ଏହା ଯୁକ୍ତିତର୍କର ସମୟ ନୁହେଁ ବୋଲି ଗୁରୁତ୍ବାରୋପ କରି ବୁଧବାର ଦିନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଥିଲେ ଯେ, ଡାକ୍ତରଖାନା ଶଯ୍ୟା ପ୍ରସଙ୍ଗରେ ଲେଫ୍ଟନାଣ୍ଟ୍ ଗଭର୍ଣ୍ଣର୍ ବୈଜଲ୍‌ଙ୍କ ଆଦେଶ କାର୍ଯ୍ୟକାରୀ କରାଯିବ। ତେବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଏହି ଘୋଷଣା ପରେ ଆଜି ଲେଫ୍ଟନାଣ୍ଟ୍ ଗଭର୍ଣ୍ଣର୍ ଅନିଲ ବୈଜଲ୍‌ ଏହି ବଡ ନିଷ୍ପତି ନେଇଛନ୍ତି |

ଏହା ସହ ଏଲଇଡି ବୋର୍ଡରେ ପ୍ରଦର୍ଶିତ ହେଉଥିବା ତଥ୍ୟ ସରକାରୀ ପୋର୍ଟାଲରେ ଥିବା ତଥ୍ୟ ସହିତ ମିଶୁଛି କି ନାହିଁ ତାହା ନିଶ୍ଚିତ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ପରାମର୍ଶ ଦିଆଯାଇଛି। ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ଚିକିତ୍ସା ନକରି ଫେରାଇଦିଆଯାଇଥିବା ଜଣା ପଡିଲେ ଡାକ୍ତରଖାନା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ଲେଫ୍ଟନାଣ୍ଟ୍ ଗଭର୍ଣ୍ଣର୍ ଅନିଲ ବୈଜଲ୍‌ | ଚିକିତ୍ସା ପାଇଁ ଆସୁଥିବା ଅନେକ କରୋନା ରୋଗୀଙ୍କୁ ଡାକ୍ତରଖାନାରେ ଶଯ୍ୟା ନମିଳିବା ଏବଂ ପରେ ସେମାନଙ୍କ ମୃତ୍ୟୁ ହେବା ଖବର ସାମ୍ନାକୁ ଆସିବା ପରେ ଲେଫ୍ଟନାଣ୍ଟ୍ ଗଭର୍ଣ୍ଣର୍ ଏଭଳି କଡା ନିଷ୍ପତି ନେଇଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe